24/09/2026
ତିଥି ନକ୍ଷତ୍ର ହିସାବରେ ଆଜି ମୋର ଜନ୍ମଦିନ... 😜 ତାରିଖ ହିସାବରେ ସେପ୍ଟେମ୍ବର୍ ଏକୋଇଶ୍ ରୁ ସରିଛି ମୋ ଜନ୍ମଦିନ... 😍
ମୁଁ ଯେତେବେଳେ ସ୍କୁଲ୍, କଲେଜ୍ ରେ ପଢୁଥିଲି ସେତେବେଳେ ବର୍ଷକୁ ତିନିଥର ପାଳନ ହେଉଥିଲା ମୋ ଜନ୍ମଦିନ 😜 ସେଟା କେମିତି..? ଶୁଣନ୍ତୁ...!
ମୋ ସ୍କୁଲ୍ ଆଡମିସନ୍ ମୋ ଜେଜେବାପା କରିଥିଲେ, ମୁଁ ଆଉ ମୋ ଜେଜେବାପା ଯାଇଥିଲୁ ସେଦିନ ଆଡମିସନ୍ ପାଇଁ ଯେହେତୁ ମୁଁ ଛୋଟ ଥିଲି ମୋ ଜନ୍ମ ତାରିଖ ଜାଣିନଥିଲି କାହିଁକି ନା ମୁଁ 90s ଛୁଆ ଥିଲି ଆଜି କାଲି genz ଙ୍କ ପରି ଦୁଇ ବର୍ଷ ରୁ ନିଜ ଜନ୍ମ ତାରିଖ ମନେ ରଖୁନଥିଲୁ... ଆଉ ମୋ ଜେଜେବାପା ଙ୍କ କଥା କଣ କହିବି ସେ ତାଙ୍କ ନିଜ ଜନ୍ମ ଦିନ ଜାଣି ନ ଥିଲେ ମୋର କଣ ଜାଣିବେ... ଆଉ ଜନ୍ମ certificate ସେତେବେଳେ ଏତେ ଜରୁରୀ ପଡୁନଥିଲା... ସେଥିପାଇଁ ସେ ମନଇଚ୍ଛା ଜୁଲାଇ 4 ପକେଇ ମୋ ଆଡମିସନ୍ କରିଦେଇଥିଲେ ଆଉ ତାହା ସବୁଦିନ ପାଇଁ ରହିଗଲା ସ୍କୁଲ୍ କଲେଜ୍ ରେ.... ସେହି ହିସାବରେ ସ୍କୁଲ୍ ସାଙ୍ଗମାନେ ସେହି ଦିନ ମୋ ଜନ୍ମଦିନ ପାଳନ କରୁଥିଲେ...
ତା ପରେ ମୁଁ ଯେବେ ଟିକେ ଜାଣିବା ବୁଝିବା ବୟସ ର ହେଲି , ଟିଉସନ୍ ଯିବା ଆରମ୍ଭ କଲି ଆଉ ସାଙ୍ଗ ମାନେ ମୋ ଜନ୍ମଦିନ ପଚାରିଲେ.. ମୁଁ ଘରେ ଆସି ମାମା କୁ ମୋ ଜନ୍ମଦିନ ପ୍ରକୃତ ତାରିଖ ବୁଝିଲି ସେ କହିଲା ସେପ୍ଟେମ୍ବର 21, ସେହି ହିସାବରେ ମୋ ଟିଉସନ୍ ସାଙ୍ଗ ଆଉ କଲେଜ୍ ର ହଷ୍ଟେଲ୍ ସାଙ୍ଗ ମାନେ ମୋ ଜନ୍ମଦିନ ପାଳନ କଲେ..ଆଉ ବାହାଘର ପରେ ମୋ ସ୍ୱାମୀ ଆଉ ଏବେର ସାଙ୍ଗସାଥି ସେପ୍ଟେମ୍ବର ଏକୋଇଶ କୁ ହିଁ ମାନନ୍ତି...
କିନ୍ତୁ ଘରେ ଆମର ତିଥି ନକ୍ଷତ୍ର ହିସାବରେ ଆଜି... ମାନେ, ଅନନ୍ତ ବ୍ରତ ପୂର୍ବ ଦିନ ମାମା ଷଠି ପୂଜା କରେ, ଆଜି ବି ସେ ଆଜିର ତିଥିରେ ମୋତେ ଜନ୍ମଦିନ ଶୁଭେଚ୍ଛା ଦେବା ସହ ମନ୍ଦିର ଯାଇ ପୂଜା, ଜଳଶାୟୀ ଆଦି କରେ... ତାରିଖ ହିସାବରେ ମୋ ବାପଘର ଲୋକ ଜନ୍ମଦିନ ପାଳନ କରନ୍ତି ନାହିଁ ତିଥି ନକ୍ଷତ୍ର ହିସାବରେ କରନ୍ତି...
ତ ଏହି ଭଳି ଭାବରେ ବର୍ଷକୁ ମୁଁ ତିନିଥର ଜନ୍ମଦିନ ପାଳନ କରେ, କେକ୍ କାଟେ ଆଉ ଗିଫ୍ଟ୍ ମଧ୍ଯ ପାଏ... 😜 ଆଉ ସେଟା ମୋ ବଡ଼ ଭଉଣୀ ଆଉ ଭାଇ ର ଦେହରେ ଯାଏନି 😝😆😆 (just joking) ସେମାନେ ମୋ ଜନ୍ମଦିନ ଆସିଲେ କୁହନ୍ତି ମ୍ୟାଡମ୍ ଙ୍କ ର ତ ଖାଲି celebration ଉପରେ celebration ଚାଲିଛି ଆଉ ଗିଫ୍ଟ ପରେ ଗିଫ୍ଟ ମିଳୁଛି ଆଉ ଆମର କିଛି ନାହିଁ... ମୁଁ ଘରର ସବୁଠୁ ସାନ ଆଉ ଗେହ୍ଲା ଥିଲି ଆଉ ମୋ best friend ବି ମୋତେ ବହୁତ୍ ଭଲ ପାଆନ୍ତି... ତ ମୁଁ ମୋ ଭାଇ ଭଉଣୀ ଙ୍କୁ ଚିଡ଼େଇବାକୁ କୁହେ ମୋତେ ସମସ୍ତେ ଭଲ ପାଆନ୍ତି ବୋଲି କରନ୍ତି ତମକୁ କିଏ ଭଲ ପାଉଛି... 😜 😜 ବାସ୍ ଏତିକି ରେ ପୂରା fire ସେମାନେ 🔥....
ଛାଡନ୍ତୁ ଆଉ ସେ ଦିନ ଚାହିଁଲେ ବି ଫେରିବ ନାହିଁ... ସେ ଜନ୍ମଦିନ ଆସିଲେ ଯୋଉ ଖୁସି, ଉତ୍ସାହ ଆଉ ଆଜିକାଲି ନାହିଁ.. ତଥାପି ମୋ ସାଙ୍ଗ ସାଥି, ସ୍ୱାମୀ, ଛୁଆ ମିଶି, ଆଉ ଆପଣ ମାନଙ୍କ ଢେର୍ ସାରା birthday wishes ଆଉ ଆଶୀର୍ବାଦ ରେ ଜନ୍ମଦିନ ଟି ବହୁତ୍ ସ୍ପେଶାଲ୍ ବନିଯାଉଛି... ସେମିତି ସ୍ନେହ ଶ୍ରଦ୍ଧା, ଆଶୀର୍ବାଦ ମୋ ପ୍ରତି ସମସ୍ତଙ୍କର ଥାଉ ସେତିକି ଯଥେଷ୍ଟ... ସେ କେକ୍ ଆଉ ଗିଫ୍ଟ ରୁ କଣ ମିଳିବ... 🤗
ତ ସାଙ୍ଗମାନେ ଏବେ କୁହନ୍ତୁ ମୋ ପରି ଆଉ କାହାର ବର୍ଷକୁ ତିନି-ଚାରିଥର ଜନ୍ମଦିନ ପାଳନ ହୁଏ... ଯଦି ହୁଏ କମେଣ୍ଟ ରେ ନିହାତି ଜଣାଇବେ, ମୁଁ ଜାଣିବି ଯେ ଏହି ଲିଷ୍ଟ୍ ରେ ମୁଁ ଏକା ନାହିଁ ଆହୁରି ବି ଲୋକ ଅଛନ୍ତି 😆😆 ରହିଲି... ଆଜି ମୋ ତିଥି ଜନ୍ମଦିନ ଶୁଭେଚ୍ଛା ଜଣେଇଦେବେ 😜😉 (ସୁଦୀପ୍ତା)