19/05/2023
ଓଡିଶା ଛାଡିବାକୁ ପଡିବ :
କିଛି ଦିନ ହେଲା, ଯେବେ ଠୁ ଖରା ବେଶୀ ହେଲାଣି, ଇଲେକ୍ଟ୍ରି ପାୱାର କାଟ ଦିନକୁ ୪/୫ ଥର ହଉଛି. ଜଣେ SOFTWARE ENGINEERଯିଏ ଘରୁ କାମ କରିବାକୁ ଚାହୁଁଛି, କାମ କରିବାରେ ବହୁତ ଅସୁବିଧା ହଉଛି.
Inverter ରେ ଯଦି ବା କାମ ଚଳିଯାଉଛି ଲାପଟପ ରେ. HIGH-END COMPUTER MACHINE ଚାଲିବା ପାଇଁ INVERTER SUFFICIENT ହେଉନାହିଁ. ତା ପରେ ବହୁତ ସମୟ POWERCUT ହେଲେ ମୋବାଇଲ ନେଟୱର୍କ ରହୁନି. ଏମିତି ରେ INTERNET ନେଟୱର୍କ ଏବଂ ମୋବାଇଲ ନେଟୱର୍କ ନ ରହିଲେ ଜଣେ କେମିତି କାମ କରିବ.
ବିଶେଷ ଭାବେ ଗାଁ ରେ ଏ ସମସ୍ୟା ବହୁତ ଅଧିକ. ଭୁବନେଶ୍ୱର ରେ ବି ଅବସ୍ଥା ସେମିତି କିଛି ଭଲ ନାହିଁ. ଜଣା ପଡୁନାହିଁ କାହାକୁ COMPLAINT କରିବା ଆଉ କିଏ ଶୁଣିବ. ELECTRY OFFICE ଯାଇ ଯାଇ ପାଦ ରୁ ଚପଲ ସରିଗଲାଣି, ହେଲେ ସ୍ଥିତି ଯଥା ପୂର୍ଵମ ତଥା ପରଂ| ସବୁଥର ଶୁଣିବାକୁ ମିଳୁଛି କି ଲାଇନ କାମ ଚାଲିଛି, କେବେ ସରିବ ପଚାରିଲେ, ଯେମିତି ତାଙ୍କ ସମ୍ପତି ରୁ ଅଧା ନେଇଗଲା ଭଳି REACTION ଦେଉଛନ୍ତି!
ନେତାଏ କହୁଛନ୍ତି ଓଡିଶା ପଛରେ ପଡିଛି, ତାକୁ ଆଗକୁ ନବା ଆମ ଦାୟିତ୍ୱ. ଯଦି MINIMUM INFRASTRUCTURE STRONG ନହେବ କେମିତି ଓଡିଶା ଆଗକୁ ଯିବ?
ସବୁ ଇଲେକ୍ସନ ବେଳେ କହୁଛନ୍ତି ନିରବିଛିନ୍ନ ବିଦ୍ୟୁତ ଯୋଗାଣ ଆମ ଲକ୍ଷ :
ଯଦି ଆମେ ଅଲଗା ରାଜ୍ୟ କୁ ତୁଳନା କରିବା, ଓଡିଶା ଏ କ୍ଷେତ୍ର ରେ ବହୁତ ପଛରେ ପଡିଯାଇଛି. ବହୁତ ଗୁଡିଏ START-UP COMPANY ଏହି କାରଣ ରୁ ଓଡିଶା ରୁ ବାହାର ରାଜ୍ୟ କୁ ଚାଲିଯାଉଛନ୍ତି.
ହଁ ଏମିତି ବି ଶୁଣିବାକୁ ମିଳୁଛି କୁ INVERTER COMPANY ମାନଙ୍କ ସହ ବିଦ୍ୟୁତ ବିଭାଗ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ର ବଡ ବଡ DEAL ହେଉଛି. ନେତା ମନ୍ତ୍ରୀ ବି ସାମିଲ ଥିବେ ସେକଥା ଆମେ ସାଧାରଣ ଜନତା ଙ୍କ ପକ୍ଷେ ବୁଝିବା ସହଜ ନୁହେଁ.
ଶେଷ କଥା :
ଏମିତି ପରିସ୍ଥିତି ନ ସୁଧୁରିଲେ ବହୁତ IT ପ୍ରଫେସନାଲ ଆଉ COMPUTER ରେ କାମ କରୁଥିବା ପ୍ରଫେସନାଲ ମାନେ ODISHA ରାଜ୍ୟ ଛାଡି ବାହାରେ ରହିବାକୁ ପସନ୍ଦ କରିବେ.
ଯଦି ମୋ କଥା ରେ ସହମତ, ଶେୟାର ଟିଏ କରି ନିଜ SUPPORT ଜଣାନ୍ତୁ!
ଜୟ ଜଗନ୍ନାଥ!
Edit : ଆମ ସରକାର ଙ୍କ ଦାବି, ଓଡିଶା ଏକ ବଳକା ବିଦ୍ୟୁତ ରାଜ୍ୟ.